ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ

ଏହି ପ୍ରକାଶନକୁ ଏପରି ପ୍ରସ୍ତୁତ କରାଯାଇଛି, ଯାହାଫଳରେ ଆପଣ ଲୋକମାନଙ୍କ ଆଗରେ ପଢ଼ିବା, କଥାବାର୍ତ୍ତା କରିବା ଓ ଶିଖାଇବାର ନିଜ ଦକ୍ଷତାକୁ ବଢ଼ାଇପାରିବେ ।

ପ୍ରଶାସନ ଦଳଠାରୁ ଚିଠି

ଆମେ ମାନବଜାତିକୁ ଏପର୍ଯ୍ୟନ୍ତ ମିଳିଥିବା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ଶିଖାଉ ।

ଅଧ୍ୟୟନ ୧

ଫଳପ୍ରଦ ଆରମ୍ଭ କରିବା

ଫଳପ୍ରଦ ଆରମ୍ଭ କରିବା ପାଇଁ ତିନୋଟି ଉପାୟ ।

ଅଧ୍ୟୟନ ୨

କଥାବାର୍ତ୍ତାର ଶୈଳୀରେ କହିବା

କଥାବାର୍ତ୍ତାର ଶୈଳୀରେ କଥା ହେବା ଦ୍ୱାରା ଆପଣଙ୍କ ଶ୍ରୋତାମାନେ ଆପଣଙ୍କର ବାର୍ତ୍ତାକୁ ସହଜରେ ବୁଝିପାରିବେ ଏବଂ ତାକୁ ସ୍ୱୀକାର କରିବା ପାଇଁ ପ୍ରସ୍ତୁତ ରହିବେ ।

ଅଧ୍ୟୟନ ୩

ପ୍ରଶ୍ନର ବ୍ୟବହାର କରିବା

ଆଗ୍ରହ ବଢ଼ାଇବା ଏବଂ ମୁଖ୍ୟ କଥାଗୁଡ଼ିକ ଉପରେ ଜୋର୍‌ ଦେବା ପାଇଁ କୁଶଳତାର ସହ ପ୍ରଶ୍ନଗୁଡ଼ିକ ପଚାରନ୍ତୁ ।

ଅଧ୍ୟୟନ ୪

ପଦର ଉପଯୁକ୍ତ ପରିଚୟ ଦେବା

କୌଣସି ପଦ ପଢ଼ିବା ପୂର୍ବରୁ ଆପଣଙ୍କ ଶ୍ରୋତାମାନଙ୍କର ମନକୁ ଆପଣ କିପରି ପ୍ରସ୍ତୁତ କରିବେ, ତାହା ପ୍ରତି ଧ୍ୟାନ ଦିଅନ୍ତୁ ।

ଅଧ୍ୟୟନ ୫

ଠିକ୍‌ ଠିକ୍‌ ପଢ଼ିବା

ଠିକ୍‌ ଠିକ୍‌ ପଢ଼ିବା ଯିହୋବାଙ୍କ ବିଷୟରେ ଶିଖାଇବାର ଏକ ମୁଖ୍ୟ ଭାଗ ।

ଅଧ୍ୟୟନ ୬

ପଦକୁ ସ୍ପଷ୍ଟ ଭାବେ ବୁଝାଇବା

ଆପଣ ଯେଉଁ ପଦ ପଢ଼ୁଛନ୍ତି ଏବଂ ଯେଉଁ କଥା ବୁଝାଇବାକୁ ଚାହୁଁଛନ୍ତି, ସେମଧ୍ୟରେ କʼଣ ସମ୍ପର୍କ ରହିଛି, ତାହା ଜାଣିବାରେ ଆପଣଙ୍କ ଶ୍ରୋତାମାନଙ୍କୁ ସାହାଯ୍ୟ କରନ୍ତୁ ।

ଅଧ୍ୟୟନ ୭

ସଠିକ୍‌ ଓ ଯୁକ୍ତିଯୁକ୍ତ ପ୍ରମାଣ ଦେବା

ସଠିକ୍‌ ଓ ଯୁକ୍ତିଯୁକ୍ତ ପ୍ରମାଣ ଆପଣଙ୍କ ଶ୍ରୋତାମାନଙ୍କୁ ସଠିକ୍‌ ସିଦ୍ଧାନ୍ତରେ ପହଞ୍ଚିବାରେ ସାହାଯ୍ୟ କରିବ ।

ଅଧ୍ୟୟନ ୮

ଶିଖାଇବା ପାଇଁ ଦୃଷ୍ଟାନ୍ତ ଦେବା

ଶିଖାଇବାରେ ନିଜ ଦକ୍ଷତାକୁ ବଢ଼ାଇବା ପାଇଁ ସରଳ ଦୃଷ୍ଟାନ୍ତଗୁଡ଼ିକ ବ୍ୟବହାର କରନ୍ତୁ, ଯାହା ଆପଣଙ୍କ ଶ୍ରୋତାମାନଙ୍କର ମନକୁ ଛୁଇଁବ ଏବଂ ସେଥିରୁ ସେମାନେ ଗୁରୁତ୍ୱପୂର୍ଣ୍ଣ କଥାଗୁଡ଼ିକ ଶିଖିବେ

ଅଧ୍ୟୟନ ୯

ଶିଖାଇବା ସମୟରେ ଜିନିଷଗୁଡ଼ିକ ଦେଖାଇବା

ଶ୍ରୋତାମାନଙ୍କ ମନରେ ଗଭୀର ଛାପ ଛାଡ଼ିବା ପାଇଁ ଆପଣ ଦେଖାଉଥିବା ଜିନିଷଗୁଡ଼ିକର ସଠିକ୍‌ ବ୍ୟବହାର କରନ୍ତୁ ।

ଅଧ୍ୟୟନ ୧୦

ସ୍ୱରରେ ପରିବର୍ତ୍ତନ ଆଣିବା

କହିବାର ବେଗ, ସ୍ୱର ଓ ଆବାଜ୍‌ରେ ପରିବର୍ତ୍ତନ ଆଣି ଶ୍ରୋତାମାନଙ୍କ ଭାବନା ଓ ଆବେଗଗୁଡ଼ିକୁ ଜାଗ୍ରତ କରନ୍ତୁ ଏବଂ ସେମାନଙ୍କୁ ପଦକ୍ଷେପ ନେବା ପାଇଁ ପ୍ରେରିତ କରନ୍ତୁ ।

ଅଧ୍ୟୟନ ୧୧

ଉତ୍ସାହର ସହିତ କହିବା

ଉତ୍ସାହର ସହିତ କହିବା ଦ୍ୱାରା ଆପଣ ନିଜ ଭାବନାକୁ ଦୃଢ଼ ଭାବେ ପ୍ରକାଶ କରିପାରନ୍ତି ଏବଂ ଶ୍ରୋତାମାନେ ଆଗ୍ରହର ସହିତ ଆପଣଙ୍କ କଥା ଶୁଣନ୍ତି ।

ଅଧ୍ୟୟନ ୧୨

ସ୍ନେହପୂର୍ଣ୍ଣ ଭାବନା ଓ ସହାନୁଭୂତି ଦେଖାଇବା

ଯଦି ଆପଣ ପ୍ରକୃତ ଭାବନାର ସହ କଥା ହୁଅନ୍ତି, ତେବେ ଦେଖାନ୍ତି ଯେ ଆପଣ ନିଜ ଶ୍ରୋତାମାନଙ୍କ ପାଇଁ ଚିନ୍ତା କରନ୍ତି ।

ଅଧ୍ୟୟନ ୧୩

ତଥ୍ୟକୁ ଲାଗୁ କରିବାର ଲାଭ ସ୍ପଷ୍ଟ ଭାବେ କହିବା

ଆପଣଙ୍କ ଶ୍ରୋତାମାନଙ୍କୁ ଏହା ବୁଝିବାରେ ସାହାଯ୍ୟ କରନ୍ତୁ ଯେ ଯେଉଁ ବିଷୟରେ ଆପଣ କଥା ହେଉଛନ୍ତି, ସେମାନଙ୍କ ଜୀବନ ସହିତ ଏହାର କʼଣ ସମ୍ପର୍କ ରହିଛି ଏବଂ ସେମାନଙ୍କୁ ଦେଖାନ୍ତୁ ଯେ ସେମାନେ ଯାହା ଶିଖନ୍ତି, ତାକୁ କିପରି ଲାଗୁ କରିପାରିବେ ।

ଅଧ୍ୟୟନ ୧୪

ମୁଖ୍ୟ କଥାଗୁଡ଼ିକୁ ସ୍ପଷ୍ଟ କରିବା

ଆପଣଙ୍କ ଶ୍ରୋତାମାନେ ଆପଣଙ୍କ ଭାଷଣ ସହ ଆଗେଇବା ପାଇଁ ସେମାନଙ୍କୁ ସାହାଯ୍ୟ କରନ୍ତୁ ଏବଂ ପ୍ରତ୍ୟେକ ମୁଖ୍ୟ କଥାର, ଆପଣଙ୍କ ଉଦ୍ଦେଶ୍ୟ ଓ ବିଷୟବସ୍ତୁ ସହିତ କିପରି ସମ୍ପର୍କ ରହିଛି, ତାହା ସ୍ପଷ୍ଟ କରନ୍ତୁ ।

ଅଧ୍ୟୟନ ୧୫

ଦୃଢ଼ ବିଶ୍ୱାସର ସହିତ କହିବା

ଦୃଢ଼ ବିଶ୍ୱାସର ସହିତ କହିବା । ଦେଖାନ୍ତୁ ଯେ ଆପଣ ଯାହା କହୁଛନ୍ତି, ତାହା ଜରୁରୀ ବୋଲି ଆପଣ ଦୃଢ଼ ବିଶ୍ୱାସ କରନ୍ତି ।

ଅଧ୍ୟୟନ ୧୬

ଉତ୍ସାହ ବଢ଼ାଇବା ଓ ସକାରାତ୍ମକ ଦୃଷ୍ଟିକୋଣ ରଖିବା

ସମସ୍ୟାଗୁଡ଼ିକ ପରିବର୍ତ୍ତେ ସମାଧାନଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରିତ କରି ଶ୍ରୋତାମାନଙ୍କୁ ପ୍ରେରିତ କରନ୍ତୁ । ଈଶ୍ୱରଙ୍କ ବାକ୍ୟରେ ଥିବା ସତ୍ୟ ପ୍ରତି ଧ୍ୟାନ ଆକର୍ଷଣ କରନ୍ତୁ, ଯାହା ଲୋକଙ୍କର ଉତ୍ସାହ ବଢ଼ାଇ ଥାଏ ।

ଅଧ୍ୟୟନ ୧୭

ଅନ୍ୟମାନେ ବୁଝିବା ପାଇଁ ସହଜ କରିବା

ଶ୍ରୋତାମାନଙ୍କୁ ଆପଣଙ୍କ ବାର୍ତ୍ତାର ଅର୍ଥ ବୁଝିବା ପାଇଁ ସାହାଯ୍ୟ କରନ୍ତୁ । ମୁଖ୍ୟ କଥାଗୁଡ଼ିକୁ ସ୍ପଷ୍ଟ ଭାବେ କୁହନ୍ତୁ ।

ଅଧ୍ୟୟନ ୧୮

ଶ୍ରୋତାମାନଙ୍କ କାମରେ ଆସିବା ଭଳି ତଥ୍ୟ ଦେବା

ଆପଣଙ୍କ ଶ୍ରୋତାମାନଙ୍କୁ ଗଭୀର ଭାବେ ଚିନ୍ତନ କରିବା ପାଇଁ ସାହାଯ୍ୟ କରିବ । ସେମାନଙ୍କୁ ଲାଗିବା ଉଚିତ୍‌ ଯେ ସେମାନେ ଯାହା ଶିଖିଲେ, ସେଥିରୁ ସେମାନଙ୍କର ନିଶ୍ଚୟ ଲାଭ ହେବ ।

ଅଧ୍ୟୟନ ୧୯

ହୃଦୟକୁ ଛୁଇଁବାକୁ ଚେଷ୍ଟା କରିବା

ଈଶ୍ୱରଙ୍କ ପ୍ରତି ପ୍ରେମ ଏବଂ ତାହାଙ୍କ ବାକ୍ୟ ବାଇବଲ ପ୍ରତି ଆଦର ଦେଖାଇବା ପାଇଁ ଶ୍ରୋତାମାନଙ୍କ ମନରେ ଉତ୍ସାହ ବଢ଼ାନ୍ତୁ ।

ଅଧ୍ୟୟନ ୨୦

ଫଳପ୍ରଦ ସମାପ୍ତି କରିବା

ଫଳପ୍ରଦ ସମାପ୍ତି ଆପଣଙ୍କ ଶ୍ରୋତାମାନଙ୍କୁ ପ୍ରେରିତ କରିବ ଯେ ସେମାନେ ଯାହା ଶିଖିଛନ୍ତି, ତାକୁ ଯେପରି ସ୍ୱୀକାର କରିବେ ଏବଂ ଆଗକୁ ଯାଇ ଲାଗୁ କରିବେ ।

ଆପଣଙ୍କ ପ୍ରଗତିର ରେକର୍ଡ ରଖନ୍ତୁ

ଆପଣ ନିଜ ପଢ଼ିବା ଓ ଶିଖାଇବାର ଦକ୍ଷତାକୁ ବଢ଼ାଇବା ସମୟରେ ଆପଣଙ୍କ ପ୍ରଗତିର ରେକର୍ଡ ରଖନ୍ତୁ ।

ଆପଣଙ୍କୁ ହୁଏତ ଏହା ବି ଭଲ ଲାଗିବ

वीडियो श्रृंखला

ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ—ଭିଡିଓ

ସର୍ବସାଧାରଣରେ ପଢ଼ିବା ଓ ଶିଖାଇବାର ଜରୁରୀ ଦକ୍ଷତାଗୁଡ଼ିକ ବଢ଼ାନ୍ତୁ।