ଗୀତ ୭୩
ଦିଅ ନିର୍ଭୟର ବରଦାନ
-
୧. ଯିହୋବା ତୁମ ନାମର,
କରୁ ଯେବେ ଘୋଷଣା,
ଦେଉ ରାଜ୍ୟର ସନ୍ଦେଶ ।
ଶତ୍ରୁ କରେ ବଦନାମ୍,
ନା, ମଣିଷ ଭୟରେ,
ଛାଡ଼ିବୁନି ତୋର କାମ ।
ଶକ୍ତି ଦିଅ ଯେ ‘ହେ ଯିହୋବା,’
ସଫଳର ବରଦାନ୍
(କୋରସ)
ଦିଅ ସାହସ ଏମିତି,
ଦୃଢ଼ କରୁ ବିଶ୍ୱାସ,
ହର୍ମିଗିଦ୍ଦୋନ୍ ଯେ ନିକଟେ,
ଜଣାଇବୁ ବିଶ୍ୱକୁ ।
ଦିନ ଆସିନି, ଯେ ଯାଏଁ
ଦେବା ସନ୍ଦେଶ, ସେ ଯାଏଁ
ଆତ୍ମବିଶ୍ୱାସ ବଢ଼ାଅ,
ହୃଦୟରେ ।
-
୨. ତୁମେ ଜାଣ ‘ହେ ଯିହୋବା,’
ଆମେ ମାଟିରୁ ଗଢ଼ା ।
ଭାଙ୍ଗିଲେ ବିଶ୍ୱାସ ଯେବେ,
ଦେବୁ ବିଶ୍ୱାସ ତେବେ ।
ଶୁଣି ଶତ୍ରୁର କଥା,
କରନ୍ତି ଯେ ଅପମାନ,
ଦିଅ ଯେ ଏପରି ସାହସ,
କହିବୁ ତୁମର ନାମ ।
(କୋରସ)
ଦିଅ ସାହସ ଏମିତି,
ଦୃଢ଼ କରୁ ବିଶ୍ୱାସ,
ହର୍ମିଗିଦ୍ଦୋନ୍ ଯେ ନିକଟେ,
ଜଣାଇବୁ ବିଶ୍ୱକୁ ।
ଦିନ ଆସିନି, ଯେ ଯାଏଁ
ଦେବା ସନ୍ଦେଶ, ସେ ଯାଏଁ
ଆତ୍ମବିଶ୍ୱାସ ବଢ଼ାଅ,
ହୃଦୟରେ ।
(୧ ଥେସଲନୀକୀୟ ୨:୨; ଏବ୍ରୀ ୧୦:୩୫ ମଧ୍ୟ ଦେଖନ୍ତୁ ।)