इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଦାଉଦ ଗଲୀୟାତ ସହ ଲବାକୁ ଯାଉଛନ୍ତି

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

“ଯୁଦ୍ଧ ଯିହୋବାଙ୍କର ଅଟେ”

“ଯୁଦ୍ଧ ଯିହୋବାଙ୍କର ଅଟେ”

ଦାଉଦ ଯିହୋବାଙ୍କ ଉପରେ ବିଶ୍ୱାସ କରୁଥିଲେ କାରଣ ସେ ଯିହୋବାଙ୍କ ବିଷୟରେ ଶିଖିଥିଲେ ଏବଂ ଆଗରୁ ବି ଯିହୋବା ତାଙ୍କୁ ସାହାଯ୍ୟ କରିଥିଲେ (୧ଶାମୁ ୧୭:୩୬, ୩୭; ପ୍ରସ୧୬-ହି ସଂ. ୪ ପୃ ୧୧ ¶୨-୩)

ଦାଉଦ ଏହା ଭାବିଲେ ନାହିଁ ଯେ ଗଲୀୟାତ କେତେ ବଡ଼ ବରଂ ଏହା ଭାବିଲେ ଯେ ଯିହୋବାଙ୍କ ସାମନାରେ ଗଲୀୟାତ କିଛି ନୁହେଁ (୧ଶାମୁ ୧୭:୪୫-୪୭; ପ୍ରସ୧୬-ହି ସଂ. ୪ ପୃ ୧୧ ¶୮-ପୃ ୧୨ ¶୧)

ଯିହୋବା ଦାଉଦଙ୍କୁ ସାହାଯ୍ୟ କଲେ, ଯାହାଫଳରେ ସେ ସେହି ବଡ଼ ଓ ଶକ୍ତିଶାଳୀ ଶତ୍ରୁକୁ ଜୀବନରୁ ମାରିପାରିଲେ (୧ଶାମୁ ୧୭:୪୮-୫୦; ପ୍ରସ୧୬.୦୪-ହି ପୃ ୧୨ ¶୫; ବାହାରେ ଥିବା ଚିତ୍ର ଦେଖନ୍ତୁ)

ଅନେକ ଥର ହୁଏତ ଆମକୁ ବଡ଼ ବଡ଼ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼େ । ଯେପରି, ଅତ୍ୟାଚାର ସହିବା କିମ୍ବା କୌଣସି ଖରାପ ଅଭ୍ୟାସକୁ ଛାଡ଼ିବା । କିନ୍ତୁ ଏହି ସମସ୍ୟାଗୁଡ଼ିକ ଆମକୁ କେତେ ବି ବଡ଼ ଲାଗୁ ନା କାହିଁକି ସର୍ବଶକ୍ତିମାନ ଯିହୋବାଙ୍କ ପାଇଁ ଏହା କିଛି ବି ନୁହେଁ ।—ଆୟୁ ୪୨:୧, ୨.