इस जानकारी को छोड़ दें

କʼଣ ଯିହୋବାଙ୍କ ସାକ୍ଷୀମାନେ ଖ୍ରୀଷ୍ଟିୟାନ ଅଟନ୍ତି ?

କʼଣ ଯିହୋବାଙ୍କ ସାକ୍ଷୀମାନେ ଖ୍ରୀଷ୍ଟିୟାନ ଅଟନ୍ତି ?

 ହଁ । ଆମେ କାହିଁକି ଖ୍ରୀଷ୍ଟିୟାନ ଅଟୁ, ଏହାର କିଛି କାରଣ:

  •   ଆମେ ଯୀଶୁ ଖ୍ରୀଷ୍ଟଙ୍କର ଶିକ୍ଷାଗୁଡ଼ିକ ଏବଂ ସେ ଦେଖାଇଥିବା ବ୍ୟବହାରଗୁଡ଼ିକ ଅନୁକରଣ କରିବା ପାଇଁ ଚେଷ୍ଟା କରିଥାଉ ।—୧ ପିତର ୨:୨୧.

  •   ଆମେ ବିଶ୍ୱାସ କରୁ ଯେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ହିଁ ଆମକୁ ଉଦ୍ଧାର ମିଳିପାରିବ, “କାରଣ ଯାହା ଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇ ନାହିଁ ।”—ପ୍ରେରିତ ୪:୧୨.

  •   ଯେତେବେଳେ କେହି ଯିହୋବାଙ୍କ ସାକ୍ଷୀ ହୁଏ, ତେବେ ସେ ଯୀଶୁଙ୍କ ନାମରେ ବାପ୍ତିସ୍ମ ନିଏ ।—ମାଥିଉ ୨୮:୧୮, ୧୯.

  •   ଆମେ ଯୀଶୁଙ୍କ ନାମରେ ଈଶ୍ୱରଙ୍କୁ ପ୍ରାର୍ଥନା କରିଥାଉ ।—ଯୋହନ ୧୫:୧୬.

  •   ଆମେ ବିଶ୍ୱାସ କରୁ ଯେ ଯୀଶୁ ପ୍ରତ୍ୟେକ ପୁରୁଷର ମସ୍ତକସ୍ୱରୂପ ଅଟନ୍ତି ଅର୍ଥାତ୍‌ ତାଙ୍କୁ ପ୍ରତ୍ୟେକ ପୁରୁଷ ଉପରେ ଅଧିକାର ଦିଆଯାଇଛି ।—୧ କରିନ୍ଥୀୟ ୧୧:୩.

 କିନ୍ତୁ, ଆମେ ଅନେକ ଉପାୟରେ ସେହି ଧାର୍ମିକ ସମୂହଗୁଡ଼ିକଠାରୁ ଭିନ୍ନ ଅଟୁ ଯେଉଁମାନେ ନିଜକୁ ଖ୍ରୀଷ୍ଟିୟାନ ବୋଲି କହନ୍ତି । ଉଦାହରଣସ୍ୱରୂପ, ଆମେ ବାଇବଲର ଏହି ଶିକ୍ଷା ଉପରେ ବିଶ୍ୱାସ କରୁ ଯେ ଯୀଶୁ ସର୍ବଶକ୍ତିମାନ ଈଶ୍ୱରଙ୍କର ପୁତ୍ର ଅଟନ୍ତି, ସେ ତ୍ରିଏକର ଭାଗ ନୁହନ୍ତି । (ମାର୍କ ୧୨:୨୯) ଆମେ ବିଶ୍ୱାସ କରି ନ ଥାଉ ଯେ ମଣିଷ ଶରୀରରେ ଆତ୍ମା ବୋଲି କିଛି ଥାଏ ଯାହା ମୃତ୍ୟୁ ପରେ ଜୀବିତ ରହେ, କିମ୍ବା ଈଶ୍ୱର ଲୋକମାନଙ୍କୁ ନର୍କରେ ଚିରକାଳ ପାଇଁ ଯନ୍ତ୍ରଣା ଦିଅନ୍ତି, ଏହି ଶିକ୍ଷାର କୌଣସି ଆଧାର ବାଇବଲରେ ନାହିଁ ବୋଲି ଆମେ ମାନିଥାଉ । ଏହା ଛଡ଼ା, ଆମେ ବିଶ୍ୱାସ କରି ନ ଥାଉ ଯେ ଧାର୍ମିକ କାମଗୁଡ଼ିକରେ ଯେଉଁମାନେ ନେତୃତ୍ୱ ନିଅନ୍ତି, ସେମାନଙ୍କୁ ଅନ୍ୟମାନଙ୍କ ଅପେକ୍ଷା ବିଶେଷ ସମ୍ମାନ ଦେବା ପାଇଁ କୌଣସି ଉପାଧି ରହିବା ଉଚିତ୍‌ ।—ଉପଦେଶକ ୯:୫; ଯିହିଜିକଲ ୧୮:୪; ମାଥିଉ ୨୩:୮-୧୦.