इस जानकारी को छोड़ दें

କʼଣ ଯିହୋବାଙ୍କ ସାକ୍ଷୀମାନେ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି ?

କʼଣ ଯିହୋବାଙ୍କ ସାକ୍ଷୀମାନେ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି ?

 ହଁ । ଆମେ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁ, ଯିଏ କହିଥିଲେ: “ମୁଁ ପଥ, ସତ୍ୟ ଓ ଜୀବନ; ମୋ’ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ ।” (ଯୋହନ ୧୪:୬) ଆମେ ବିଶ୍ୱାସ କରୁ ଯେ ଯୀଶୁ ସ୍ୱର୍ଗରୁ ପୃଥିବୀକୁ ଆସିଲେ ଏବଂ ସେ ନିଜ ସିଦ୍ଧ ମାନବୀୟ ଜୀବନ ମୁକ୍ତିର ମୂଲ୍ୟ ରୂପେ ବଳିଦାନ କଲେ । (ମାଥିଉ ୨୦:୨୮) ଯୀଶୁଙ୍କ ମୃତ୍ୟୁ ଓ ପୁନରୁତ୍‌ଥାନ ଯୋଗୁଁ ହିଁ ତାହାଙ୍କ ଉପରେ ବିଶ୍ୱାସ ଦେଖାଉଥିବା ଲୋକମାନଙ୍କ ପାଇଁ ଅନନ୍ତ ଜୀବନ ପାଇବା ସମ୍ଭବ ହୋଇପାରିଛି । (ଯୋହନ ୩:୧୬) ଆମେ ଏହା ମଧ୍ୟ ବିଶ୍ୱାସ କରୁ ଯେ ଯୀଶୁ ଖ୍ରୀଷ୍ଟ ଈଶ୍ୱରଙ୍କ ରାଜ୍ୟର ରାଜା ଅଟନ୍ତି ଏବଂ ଏବେ ସ୍ୱର୍ଗରେ ଶାସନ କରୁଛନ୍ତି । ଖୁବ୍‌ ଶୀଘ୍ର ଏହି ଶାସନ ସାରା ପୃଥିବୀରେ ଶାନ୍ତି ଆଣିବ । (ପ୍ରକାଶିତ ବାକ୍ୟ ୧୧:୧୫) ଯୀଶୁ କହିଥିଲେ: “ପିତା ମୋʼଠାରୁ ମହାନ୍‌ ।” ଆଉ, ଆମେ ଏକଥାକୁ ସ୍ୱୀକାର କରିଥାଉ । (ଯୋହନ ୧୪:୨୮) ହଁ, ଆମେ ବିଶ୍ୱାସ କରୁ ଯେ ଯୀଶୁ ସର୍ବଶକ୍ତିମାନ ଈଶ୍ୱର ନୁହନ୍ତି, ତେଣୁ ଆମେ ତାହାଙ୍କ ଉପାସନା କରି ନ ଥାଉ ।